ଆଖି ତଳେ ପଡ଼ିଥିବା କଳା ଦାଗ ମୁହଁର ଆକର୍ଷଣକୁ ନଷ୍ଟ କରିଦେଇଥାଏ। ଆଖି ତଳ ଚର୍ମ ବହୁତ ସୂକ୍ଷ୍ମ ହୋଇଥାଏ। ଏହି କାଳ ଦାଗକୁ ଡାର୍କ ସର୍କଲ ମଧ୍ୟ କୁହାଯାଏ। ଆଖି ତଳେ କଳା ଦାଗ କାହିଁକି ହୋଇଥାଏ ସେ ବାବଦରେ ଜାଣିବା ନିହାତି ଆବଶ୍ୟକ। ଏହା ଦ୍ୱାରା କଳା ଦାଗ ସମସ୍ୟାର ସମାଧାନ କରିବା ସମ୍ଭବ ହୋଇଥାଏ।ବାର୍ଦ୍ଧକ୍ୟ, ନୀଳ ରଶ୍ମିର କ୍ଷତିକାରକ ପ୍ରଭାବ, ଚର୍ମର ପିଗମେଣ୍ଟେସନ୍ ଏବଂ ରକ୍ତର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ପଡ଼ିଯାଇଥାଏ। UV ରଶ୍ମି ବା ନୀଳ ରଶ୍ମି ସଂସ୍ପର୍ଶରେ ଆସିବା ଫଳରେ ଚର୍ମରେ ପିଗମେଣ୍ଟେସନ୍ ହୋଇଥାଏ। ତେଣୁ ନିୟମିତ ଭାବରେ ଏକ ଭଲ ସନସ୍କ୍ରିନ ବ୍ୟବହାର କରନ୍ତୁ।
