ସମଗ୍ର ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଏଭଳି ସ୍ଥଳେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଦିଲ୍ଲୀକୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି।ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ ହୋଇଛି, ଯାହାର ଇନକ୍ୟୁବେସନ ଅବଧି କମ୍ ଏବଂ ସଂକ୍ରମଣ ହାର ଅଧିକ ରହିଛି।ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବିମାନ, ଟ୍ରେନ୍, ବସ୍, କାର୍, ଟ୍ରକ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଦିଲ୍ଲୀ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ଵାରା ସ୍ଥାପିତ କିମ୍ବା ଚିହ୍ନଟ କରାଯାଇଥିବା ସ୍ଥାନରେ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡିବ।
