ଆପଣଙ୍କ-ବାଡ଼ିର-ଏହି-ପତ୍ର-ଔଷଧୀୟ-ଗୁଣରେ-ଭର୍‌ପୁର
- ସ୍ୱାସ୍ଥ୍ୟ

ଆପଣଙ୍କ ବାଡ଼ିର ଏହି ପତ୍ର ଔଷଧୀୟ ଗୁଣରେ ଭର୍‌ପୁର

 ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍‌ପୁର।ଭିଟାମିନ ଏ, ବି, ସି, ଏମିନୋ ଏସିଡ୍‌, କ୍ୟାଲ୍‌ସିୟମ, ଫାଇବର୍‌, ପ୍ରୋଟିନ୍‌, ଫସ୍‌ଫରସ୍‌ ଓ ଆଇରନ୍‌ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି। ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ ପ୍ରେସର  ନିୟନ୍ତ୍ରଣ କରିବା ସହିତ ଓଜନ କମାଇବା ପାଇଁ ଏହି ପତ୍ର ସାହାଯ୍ୟକାରୀ ହୋଇଥାଏ।

ଭୃଷଙ୍ଗ ପତ୍ର ବ୍ୟବହାର ଦ୍ୱାରା ବ୍ଲଡ଼୍‌ ସୁଗରକୁ ଆୟତ୍ତ କରାଯାଇପାରିବ। ଏଥିରେ ଥିବା ଫାଇବର୍‌ ଇନ୍‌ସୁଲିନ୍‌ ଉପରେ ଭଲ ପ୍ରଭାବ ପକାଇଥାଏ। ଫଳରେ ବ୍ଲଡ଼ ସୁଗରର ସ୍ତର ନିୟନ୍ତ୍ରଣରେ ରହିଥାଏ। ଏହା ସହିତ ଏଥିରେ ଆଇରନ ଭରପୁର ମାତ୍ରାରେ ଥାଏ। ଅନ୍ୟପକ୍ଷରେ ଏଥିରେ ଥିବା ଭିଟାମିନ୍‌ ଏ ଓ ସି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Leave a Comment

Your email address will not be published. Required fields are marked *