ଅଧିକାଂଶ ଲୋକଙ୍କର ଇଛା ସୁନ୍ଦର, ଘନ, କଳା କେଶ। ଏଥିପାଇଁ ଲୋକେ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଦନ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ହେଲେ ଏହା କେଶକୁ ନଷ୍ଟ ଏବଂ ଦୁର୍ବଳ କରିଦିଏ। ଆପଣଙ୍କ ଆଖପାଖରେଏମିତି ଏକ ମହୋଷଧୀ ଗଛ ଅଛି, ଯାହାକୁ ଆପଣ କେଶର ଅନେକ ସମସ୍ୟା ପାଇଁ ବ୍ୟବହାର କରିପାରିବେ। ତାହା ହେଉଛି ଘିକୁଆଁରୀ।
