ପ୍ରାୟ ସମସ୍ତେ ଜାଣିଥିବେ ଯେ ବୟସର ପ୍ରତିଟି ପାହାଚରେ ମହିଳାଙ୍କ ପସନ୍ଦ, ନାପସନ୍ଦ ଓ ସ୍ୱଭାବ ବଦଳିଥାଏ। କିନ୍ତୁ ବୋଧେ କମ୍ ଲୋକ ଜାଣିଥିବେ ଯେ ବୟସ ସହ ମହିଳାଙ୍କ ଶାରୀରିକ ସମ୍ପର୍କ ରଖିବା ପ୍ରତି ରୁଚି ମଧ୍ୟ ବଦଳିଥାଏ। ତେବେ ଆଜି ଆସନ୍ତୁ ଜାଣିବା ମହିଳାମାନେ କେଉଁ ବୟସରେ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି…କୁହାଯାଏ ଯେ ଯୁବାବସ୍ଥା ବା ୨୦-୩୦ ବର୍ଷ ବୟସରେ ରୋମାନ୍ସର ମଜା ଅଧିକ ଆସେ। ବୟସ ବଢ଼ିବା ସହ ରୋମାନ୍ସର ନିଶା ମଧ୍ୟ ଧୀରେ ଧୀରେ ଖସେ। ଏଥିସହ ପାର୍ଟନରଙ୍କ ସହ ମିଳାମିଶା ବି କମିଯାଏ। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଓଲଟା କଥା ସାମ୍ନାକୁ ଆସିଛି।ନ୍ୟାଚୁରାଲ ସାଇକେଲ ଆପ୍ ତରଫରୁ କରାଯାଇଥିବା ଏହି ରିସର୍ଚ୍ଚରେ ୨୬ ୦୦ ମହିଳା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା କହିଥିଲେ ଯେ ୩୫ ବର୍ଷ ପରେ ସେମାନେ ସେକ୍ସକୁ ଅଧିକ ଉପଭୋଗ କରୁଛନ୍ତି।
