ଗର୍ଭିଣୀ-ନାରୀର-ଆଚରଣ-ଆହାର-ବିହାର-କିପରି-ହେବା-ଦରକାର-
- ଧର୍ମ,ଜୀବନଶୈଳୀ

ଗର୍ଭିଣୀ ନାରୀର ଆଚରଣ , ଆହାର-- ବିହାର କିପରି ହେବା ଦରକାର ?

 ଗର୍ଭବତୀ ନାରୀର ଅନେକ ଦିଗ ପ୍ରତି ଲକ୍ଷ୍ୟ ତଥା ସାବଧାନତା ଅବଲମ୍ବନ କରଣୀୟ । ଗର୍ଭସ୍ଥ ସନ୍ତାନ ତୀବ୍ର ସୂଖ୍ୟାନୁଭବ ଭିତର ଦେଇ ମାଆର ସମସ୍ତ ମାନସିକ ଅବସ୍ଥିତିକୁ ଉପଲବ୍ଧି କରିପାରେ । ପରମ ପ୍ରେମମୟ "ଶ୍ରୀଶ୍ରୀ ଠାକୁର" ଗର୍ଭବତୀ ନାରୀ ନିମନ୍ତେ କେତେକ ନିର୍ଦ୍ଦେଶ ଦେଇ କହନ୍ତି " ,ସନ୍ତାନ ଗର୍ଭରେ ଥିବା ବେଳେ   ମାଆର ଅତ୍ୟନ୍ତ ସାବଧାନତାରେ ରହିବାକୁ ହୁଏ । ତାହାର ଏହି ସମୟରେ ଶରୀର - ମନର ଅବସ୍ଥା ଚିନ୍ତାଧାରା  ସନ୍ତାନ ଉପରେ ବିଶେଷ ପ୍ରଭାବ ବିସ୍ତାର କରେ ।  ସେଥିପାଇଁ ତାର ସୁସ୍ଥତା , ପ୍ରସନ୍ନତା , ପବିତ୍ରତା , ମାନସିକ ଶାନ୍ତି ପ୍ରତି ନଜର ରଖିବା ଉଚିତ୍ । ଏହି ସମୟରେ ତାହାର ବିରକ୍ତି , କ୍ରୋଧ , ଘୃଣା , ଦ୍ୱେଷ ଇତ୍ୟାଦି ଯେତେ କମ୍ ଉଦ୍ରିକ୍ତ ହୁଏ ସେତେ ଭଲ ।ଗର୍ଭାବସ୍ଥାରେ ନାରୀର ଆହାର - ବିହାର ଶାରୀରିକ ଏବଂ ମାନସିକ ସ୍ଥିତିର ଗଭୀର ପ୍ରଭାବ ଗର୍ଭସ୍ଥ ସନ୍ତାନର ତନ- ମନ ଏବଂ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ମାତା ଯାହା ଖାଇଥାଏ , ତାହାର ଏକ ଭାଗ ସ୍ତନଦୁଗ୍ଧ ହୋଇଥାଏ ଅନ୍ୟ ଅଂଶ ରକ୍ତରେ ପରିଣତ ହୋଇ ଗର୍ଭସ୍ଥ ଶିଶୁକୁ ପୋଷଣ କରିଥାଏ। ଏଥିପାଇଁ ମାତା ଯଦି ସୁପଥ୍ୟ ସେବନ କରିଥାଏ ତେବେ ଶିଶୁ ସହଜରେ ହୃଷ୍ଟ ପୁଷ୍ଟ ହୋଇଥାଏ । ପ୍ରସବ ମଧ୍ୟ ଠିକ୍ ସମୟରେ ସୁଖ ପୂର୍ବକ ହୋଇଥାଏ ।
ଆହାର :-ଗର୍ଭିଣୀକୁ ରୁଚିକାରକ, ସେ ହାଲୁକା, ଅଧିକ ପରିମାଣର ମଧୁର ଶୁଣ୍ଠି, ପିପଳି , ଗୋଲ ମରିଚ, ଜୁଆଣି ରୁ ପ୍ରସ୍ତୁତ ଖାଦ୍ୟ ଖୋଇବା ଉଚିତ୍ ।ମଧୁର ପଦାର୍ଥ ମଧ୍ୟରେ କ୍ଷୀର, ଘିଅ , ଲହୁଣୀ , ଭାତ, ଜାଉ, ଗହମ, ମୁଗ , କଦଳୀ, କିସମିସ , ଖଜୁରୀ , ଆଉ ଶାଗ ଆଦି ଖାଇବା ଉଚିତ୍  । ଗର୍ଭିଣୀ ନାରୀର ପେଟ ପରିଷ୍କାର ରହିବା ଏବଂ ପରିସ୍ରା ଠିକ୍ ଭାବରେ ହେବା ଉଚିତ୍
           ଗର୍ଭିଣୀ ନାରୀ ଭାରିଭୋଜନ , ଅଧିକ ମସଲା , ଲାଲ୍ ଲଙ୍କା ଏବଂ ଗରମ୍ ପଦାର୍ଥ ଖାଇବା ଉଚିତ୍ ନୁହେଁ । ବାସି , ଶୁଖିଲା ପଚା ସଢା ଜିନିଷ ଆଦୌ ଖାଇବା ଉଚିତ୍ ନୁହେଁ । ଗର୍ଭାବସ୍ଥାରେ ଚାହା ବହୁତ୍ ହାନି କାରକ ।
 
ବିହାର :-ଗର୍ଭିଣୀ  ପ୍ରଥମ ଦିନ ଠାରୁ ସଦା ପ୍ରଫୁଲ୍ଲିତ , ପବିତ୍ର ସଫା ସୁତୁରା ବସ୍ତ୍ରରେ ବିଭୂଷିତ , ମଙ୍ଗଳ କାର୍ଯ୍ୟରେ ନିରନ୍ତର ଦେବ ପୂଜନ , ଏବଂ ଭକ୍ତି ପୂର୍ବକ ରହିବା ଉଚିତ୍ । ସତ୍ ସନ୍ଥ ପୁରୁଷଙ୍କ ଦର୍ଶନ ଏବଂ ବ୍ରହ୍ମ ଚର୍ଚ୍ଚା ସତ୍ ସଂଗ କରିବା ଦ୍ୱାରା ମାତା ଏବଂ ଗର୍ଭସ୍ଥ ସନ୍ତାନର ଭାଗ୍ୟ  ବହୁତ୍ ଭଲ ହୋଇଥାଏ ।  ସତ୍ ସଙ୍ଗ କରିବା , ସତ୍ ନାମ୍ ଜପିବା , ଧ୍ୟାନ ଓ ଭଜନ କୀର୍ତ୍ତନ କରିବା , ଏହାର ଭଲ  ପ୍ରଭାବ ଗର୍ଭସ୍ଥ ପିଲାର ହୃଦୟରେ ପଡ଼ିଥାଏ । ଗର୍ଭିଣୀ ନାରୀ ସବୁବେଳେ ସଦ୍ ଗ୍ରନ୍ଥ ତଥା , ଶ୍ରୀଶ୍ରୀ ଠାକୁରଙ୍କ ଜୀବନୀ , ସନ୍ତାନ ଚର୍ଯ୍ୟା , ନାରୀର ନୀତି ବାଣୀ, ମହାପୁରୁଷ ମାନଙ୍କର କାହାଣୀ ପଢିବା ସହିତ ଶ୍ରୀହରିଙ୍କ କଥା ଶ୍ରବଣ କରିବା ଉଚିତ୍ ।ଗର୍ଭିଣୀ ନାରୀ ହାଲକା ବସ୍ତ୍ର ପରିଧାନ କରିବା ଉଚିତ୍ । ବେଶୀ ଚିପା ନହୋଇ ଢିଲା ହୋଇଥିବ, ମୋଟା କପଡା ହୋଇ ନ ଥିବ । କପଡା, ଶରୀର ଏଇ ଏବଂ ବିଛଣା ସ୍ୱଚ୍ଛ ଏବଂ ପବିତ୍ର ରହିବା ଉଚିତ୍ । କିଛି ସମୟ ଶୁଦ୍ଧ ପବନରେ ଭ୍ରମଣ କରିବା ଭଲ ।
 
         ଘରେ ମହାପୁରୁଷଙ୍କ , ନିଜର ଇଷ୍ଟଙ୍କ ଏବଂ ଛୋଟ ପିଲାର  ଛବି ରହିବା ଭଲ ।ବ୍ୟବହାର :- କାମ କ୍ରୋଧ, ହିଂସା, ଶୋକ , ମୋହ , ଲୋଭ, ଚୋରି , ଅସତ୍ୟ , ଭୟ ଆଦିରୁ ଦୂରେଇ ରହି କ୍ଷମା , ଅହିଂସା, ବ୍ରହ୍ମଚର୍ଯ୍ୟ , ଶାନ୍ତି , ଆନନ୍ଦ , ବିବେକ , ସନ୍ତୋଷ ଆସ୍ତିକ , ନିଷ୍କପଟତା , ସତ୍ୟ , ଅଭୟ ଆଦି ଦୈବୀ ଗୁଣ ମାନଙ୍କୁ ସର୍ବଦା ଭାବନା କରିବା ଦରକାର ।
 
          ବ୍ୟଭିଚାର ସମ୍ବନ୍ଧୀୟ କଥାବାର୍ତ୍ତା ନଶୁଣି ସର୍ବଦା ସତୀ ସ୍ଵାଧୀ ନାରୀ ମାନଙ୍କର କାହାଣୀ ଶ୍ରବଣ ଏବଂ ମନନ କରିବା ନିହାତି ଦରକାର । ଯେତେଦୂର୍ ସମ୍ଭବ କିଛି ସଦ୍ ଗ୍ରନ୍ଥ ପଢିବ  । ଖରାପ୍ ପୁସ୍ତକ ମୋଟେ ପଢ଼ିବା ମନା ।
 
        ସବୁବେଳେ ଈଷ୍ଟଙ୍କ ନାମ୍ ଜପ କରିବା ଉଚିତ୍ । ଦୀନ ଦୁଃଖୀଙ୍କ ପ୍ରତି ହୃଦୟରେ ସର୍ବଦା ଦୟା ଜାଗ୍ରତ କରି ରଖିବା ଦରକାର ଜୋରରେ କଥା କହିବା ଭଲ ନୁହେଁ ।
           

Leave a Comment

Your email address will not be published. Required fields are marked *