ଚିନ୍ତା-ଓ-ଚିନ୍ତନ-ମଧ୍ୟରେ-ପାର୍ଥକ୍ୟ-
- ସ୍ୱାସ୍ଥ୍ୟ

ଚିନ୍ତା ଓ ଚିନ୍ତନ ମଧ୍ୟରେ ପାର୍ଥକ୍ୟ !

 ମନ ଯେତେବେଳେ କିଛି ଚାହେଁ ଏବଂ ସେହି ଚାହିଦା ପୁର୍ଣ୍ଣ ନ ହେବା ବା ତାହା ଯଦି ପାଖରୁ ପଳାଇଯିବାର ଭୟ ରୁହେ ବା କୌଣସି କାର୍ଯ୍ୟ ବିଳମ୍ବ ହୁଏ,ତେବେ ମନ ଅଶାନ୍ତ ହୋଇଥାଏ ତାହାକୁ ହିଁ "ଚିନ୍ତା" କୁହନ୍ତି।ମନ ଓ ବୁଦ୍ଧି ଅଶାନ୍ତ ହୋଇଥାଏ ।ଚିତ୍ତ ସାମାନ୍ୟ ସ୍ଥିତିରୁ ତଳକୁ ଆସିଯାଇଥାଏ ଏବଂ ଉର୍ଜା ଅଧୋଗତି ଆଡକୁ ଚାଲିଯାଇଥାଏ ।ଅନ୍ୟପକ୍ଷରେ ଯେତେବେଳେ ମନରେ କୌଣସି ବିଚାରର ମନନ ରେ ଏକାଗ୍ରତା, ଶାନ୍ତି, ଉତ୍ସାହ ଏବଂ ପ୍ରେମର ଭାବ ଜନ୍ମ ହୁଏ, ତେବେ ତାକୁ "ଚିନ୍ତନ" କୁହାଯାଏ ।ଏଥିରେ ମନ ଓ ବୁଦ୍ଧି ସୂକ୍ଷ୍ମ ହୋଇଥାଏ ଏବଂ ଚିତ୍ତ ନିଜର ସାମାନ୍ୟ ଅବସ୍ଥାରୁ ଉପରକୁ ଉଠି ଉର୍ଦ୍ଧ୍ବଗତିକୁ ପ୍ରାପ୍ତ ହୋଇଥାଏ ।ଗୁରୁଙ୍କ ବଚନ ଏବଂ ଶାସ୍ତ୍ରର ଗୁଢ ରହସ୍ୟକୁ ଖୋଲିବାକୁ ହେଲେ ଯେତେବେଳେ ଆମେ ମନନ କରିଥାଉଁ, ତାହାକୁ ମଧ "ଚିନ୍ତନ" କୁହାଯାଏ।
"ଚିନ୍ତା" ବା ତନାବ ଦୁଇ ପ୍ରକାରର ଅଟେ,ସକାରାତ୍ମକ ବା ନକରାତ୍ମକ।ସକାରାତ୍ମକରେ ଆମେ ସମସ୍ତ କଥାରେ ଭଲ ଖୋଜିଥାଉଁ,ଯେଉଁଥିରେ ବିଚାରରେ ଖୁଲାପନ ଆସିଥାଏ ଏବଂ ସୁକୁନ ବା ଆରାମ ମିଳିଥାଏ ।ଏଥିରେ creativity ବଢିଥାଏ ଏବଂ ଆଗକୁ ଯିବାପାଇଁ ନୁଆ ନୁଆ ରାସ୍ତା ଖୋଲିଥାଏ ।ଏହାକୁ ସକାରାତ୍ମକ ତନାବ କୁହାଯାଏ ।ମାତ୍ର ନକରାତ୍ମକ ବିଚାରରେ ଆମେ ସବୁ କଥାରେ ଖରାପ ଖୋଜିଥାନ୍ତି,ତାହା ପଛେ  ଆମର ଭଲ ପାଇଁ ହେଇଥାଉ।ଏହାକୁ ନକରାତ୍ମକ ତନାବ ବା ଚିନ୍ତା କୁହାଯାଏ ।ଏହିସବୁ ଚିନ୍ତାର କାରଣ କେବଳ ଆମର ଇଛା। ଯେତେ ଅଧିକ ଇଛା ରହିବ,ସେତେ ଜୀବନରେ ଚିନ୍ତା ଅଧିକ ରହିବ।ମାତ୍ର ଆଧ୍ୟାତ୍ମିକତାରେ ଆମେ ଯେତେବେଳେ ପ୍ରଭୁଙ୍କୁ ମନେପକାଇବା ସମୟରେ ସ୍ବରୁପର ବିଚାର କରିଥାଉଁ । ଯଦି ଜୀବନରେ ଇଛାକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ନିଜର ବଢୁଥିବା ଇଛାକୁ କମ୍ କରିବା ଉଚିତ୍ ଏବଂ ଚିନ୍ତନ ବଢାଇବା ଦରକାର ।ଯେତେ ଚିନ୍ତନ ବଢିବ,ସେତିକି ଚିନ୍ତା କମ୍ ହୋଇଚାଲିବ କାରଣ "ଚିନ୍ତନ" ଜୀବନ ବଞ୍ଚିବାର କଳା ଶିଖାଇଥାଏ ଏବଂ "ଚିନ୍ତା" ପ୍ରତ୍ୟେକ ମୁହୂର୍ତ୍ତରେ ଜୀବନକୁ ମାରିଥାଏ

Leave a Comment

Your email address will not be published. Required fields are marked *