ବିଶ୍ୱର ସର୍ବ ବୃହତ ମହାକାଶ ଗବେଷଣା ସଂସ୍ଥା ନାସା ର ଏକ କୁଇଜ ପ୍ରତିଯୋଗିତାରେ ରାୟଗଡା ଗୁଣୁପୁର ଛତ୍ରଙ୍କ କମାଲ । ନାସା ଯାଇ ମହାକାଶ ଗବେଷଣା କରିବେ ଓଡ଼ିଆ ଛାତ୍ର । ସ୍ଥାନୀୟ ଉଠା ଜଳସେଚନ କଲୋନୀର ଶାନ୍ତି ନିକେତନ କଲେଜ ରେ ପଢ଼ୁଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଜୟରାମ ଗୌଡ଼ ନାସା ଦ୍ୱାରା ଆୟୋଜିତ ଏକ ଅନ ଲାଇନ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲେ । ମୋଟ 300 ମାର୍କ ରୁ 295 ମାର୍କ ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ଫଳରେ ନାସା ତରଫରୁ ତାଙ୍କୁ ଏକସିଲେନ୍ସ ଆୱାର୍ଡ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏହି ସଫଳତା ପାଇଁ ସେ ବେଶ ଉତ୍ସାହିତ ଆଗକୁ ମହାକାଶ ଗବେଷଣା ପାଠ୍ୟକ୍ରମ ପଢିବାକୁ ଇଛୁକ ଥିବା କହିଛନ୍ତି । ତାଙ୍କର ଏହି ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।
