ପୂର୍ବତନ-ବିଜେଡି-ବିଧାୟକ-ଜୀବନ-ପ୍ରଦୀପ-ଦାସ-ଦଳରୁ-ନିଲମ୍ବିତ
- ରାଜନୀତି

ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ ଦଳରୁ ନିଲମ୍ବିତ

ନିଲମ୍ବନ ହେବାର ଦିନକ ପରେ ଆଜି ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ନିଲମ୍ବନକୁ ନେଇ ଶ୍ରୀ ଦାସ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇନଥିବା କହିଛନ୍ତି ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ଯେ ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଉପନିର୍ବାଚନରେ ନିଜେ ସମର୍ଥକମାନଙ୍କୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହିତ ଦାୟିତ୍ୱରେ ଥିବା ନେତାମାନଙ୍କୁ ସହଯୋଗ କରିଛନ୍ତି । ଏହା ପରେ ବି ତାଙ୍କୁ ଦଳରୁ ନିଲମ୍ବିତ କରାଗଲା ।ତେଣୁ ସେ ଆଉ ବିଜେଡିରେ ରହିବାକୁ ଉଚିତ୍‍ ମନେକରୁ ନାହାନ୍ତି । ଏଥିପାଇଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛନ୍ତି । ତେବେ ତାଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପଛରେ କିଛି ବ୍ୟକ୍ତିଙ୍କ ଚକ୍ରାନ୍ତ ଥିବା ଶ୍ରୀ ଦାସ ଇସାରା କରିଛନ୍ତି ।ଉଲ୍ଲେଖନୀୟ ଯେ ଓଡିଶା ବିଧାନସଭାକୁ ତିନି ତିନିଥର ଶ୍ରୀ ଦାସ ନିର୍ବାଚିତ ହୋଇଛନ୍ତି । ୨୦୦୦ ମସିହାରେ ଶ୍ରୀ ଦାସ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ୨୦୦୯ ଓ ୨୦୧୪ରେ ବିଜେଡି ବିଧାୟକ ଭାବେ ବିଧାନସଭାକୁ ଆସିଥିଲେ । ତେବେ ୨୦୧୯ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ ।
 

Leave a Comment

Your email address will not be published. Required fields are marked *