ତୁଳସୀ ଦାସଜୀ ହନୁମାନ ଚାଳିସା ରେ ହନୁମାନଜୀଙ୍କ ରାମ କଥା ପ୍ରତି ଅନୁରାଗ ଦେଖି ଲେଖିଛନ୍ତି, "ପ୍ରଭୁ ଚରିତ୍ର ସୁନିବେ କୋ ରସିୟା"।ହନୁମାନଜୀ ରାମକଥାର ରସର ଆସ୍ବାଦନ କରିବାର ଅବସର କେବେ ବି ଛାଡନ୍ତି ନାହିଁ।ଯେଉଁଠାରେ ବି ଭଗବାନ ଶ୍ରୀରାମଙ୍କ କୀର୍ତ୍ତି,କଥାର ଗାୟନ ହେଉଥାଏ, ସେଠାରେ ସେ ଅବଶ୍ୟ ପହଞ୍ଚିଥାନ୍ତି,ହାତ ଯୋଡି, ଅଶ୍ରୁପୂର୍ଣ୍ଣ ନେତ୍ରରେ ତଳକୁ ମସ୍ତକ କରି ବିରାଜମାନ ହୋଇଥାନ୍ତି ।
"ଯତ୍ର ଯତ୍ର ରଘୁନାଥ କୀର୍ତ୍ତନଂ,ତତ୍ର ତତ୍ର କୃତମସ୍ତକାନ୍ଜଳିମ୍।ବାଷ୍ପବାରି ପରିପୂର୍ଣ୍ଣ ଲୋଚନଂ...........
ତୁଳସୀ ଦାସ ଜୀ ଲେଖିଛନ୍ତି, ହନୁମାନଜୀ ଏମିତି ତ ସେ 'ବହୁଶ୍ରୁତ' ଅଟନ୍ତି ଅର୍ଥାତ୍ ରାମକଥା ଶୁଣିବା ପାଇଁ ସଦାସର୍ବଦା ଆତୁର ରହିଥାନ୍ତି, ଠିକ୍ ସେହିପରି ଆମେ ମଧ୍ୟ 'ବହୁଶ୍ରୁତ 'ହେବା ଦରକାର ।ଆଗକୁ ଗୋସ୍ୱାମୀ ଜୀ ଲେଖିଛନ୍ତି, 'ରାମ ଲଖନ ସୀତା ମନ ବସିୟା'।ଏଠାରେ ଆମକୁ ବୁଝିବାକୁ ପଡିବ କି 'ରାମ 'ହେଉଛନ୍ତି ଜ୍ଞାନର ପ୍ରତୀକ,'ଲକ୍ଷ୍ମଣ 'ହେଉଛନ୍ତି କର୍ମର ପ୍ରତୀକ ତଥା 'ସୀତା' ହେଉଛନ୍ତି ଭକ୍ତିର ପ୍ରତୀକ ।ଏହିପ୍ରକାର ଆମର ଜୀବନରେ ଜ୍ଞାନ, କର୍ମ ଓ ଭକ୍ତିର ସମନ୍ବୟ ରହିବା ଦରକାର ।ହନୁମାନଜୀଙ୍କ ଜୀବନରେ ଏହି ତ୍ରିବେଣୀ ସଙ୍ଗମ ଦେଖାଯାଇଥାଏ ।ଭଗବାନଙ୍କର କଥାରେ ଅନୁରାଗ ଆସିବା ହିଁ ଭକ୍ତି ର ଲକ୍ଷଣ ।ଏ କଥା ସତ୍ୟ ଯେ ଶ୍ରୀ ହନୁମାନଜୀ ଶ୍ରୀରାମଙ୍କ କଥାକୁ ଜୀବନର ଆଧାର ଭାବରେ ଗ୍ରହଣ କରିଛନ୍ତି ।ଶ୍ରୀ ବାଲ୍ମିକୀରାମାୟଣରୁ ଜଣାଯାଏ ଯେ ଶ୍ରୀମାରୁତନଂଦନ ଭଗବାନ ଶ୍ରୀରାମଙ୍କ ଠାରୁ ଏହି ବରଦାନ ମାଗି ନେଇଥିଲେ କି 'ଯେପର୍ଯ୍ଯନ୍ତ ମଙ୍ଗଳମୟୀ ଭଗବାନଙ୍କ କଥା ଏହି ପୃଥିବୀରେ ପ୍ରଚଳିତ ଥିବ,ସେପର୍ଯ୍ଯନ୍ତ ତାଙ୍କର ଶରୀରରେ ପ୍ରାଣ ଥିବ।'
ଏହିପ୍ରକାର ଆମକୁ ମଧ୍ୟ ହନୁମାନଜୀଙ୍କ ପରି ପ୍ରଭୁଙ୍କ ଚରିତ ଶୁଣିବା ପାଇଁ ରସିକତା ସହିତ ଜ୍ଞାନ ପ୍ରାପ୍ତ କରିବା ଉଚିତ୍ ।ଭଗବାନଙ୍କର ଯେଉଁ ଦିବ୍ୟ ଗୁଣକୁ ଜୀବନରେ ଆଣିବା ପାଇଁ ପ୍ରୟତ୍ନଶୀଳ ହେବା ସହିତ ସତତ କର୍ମଶୀଳ ରହି ଭଗବାନଙ୍କର ଭକ୍ତି କରିବା ଉଚିତ୍ ତଥା ଜୀବନରେ ହନୁମାନଜୀଙ୍କ ପରି ଜ୍ଞାନ,କର୍ମ ଓ ଭକ୍ତିର ସମନ୍ବୟ ଆଣିବା ଦରକାର, ତେବେ ଯାଇ ଆମେ ସହି ଅର୍ଥରେ ହନୁମାନଜୀଙ୍କ ଭଳି ପ୍ରଭୁ ଭକ୍ତ ହୋଇପାରିବା।