ବର୍ଷାର ଅଭାବ ଯୋଗୁଁ ଧାନ ତଳି ପୋଡି ନଷ୍ଟ ହୋଇଯାଇଛି।ଧାନ ରୁଆ ସମୟରେ ଚାଷୀଙ୍କ ତଳି ପୋଡି ଯିବାରୁ ଚାଷ ହୋଇନପାରି ଶହ ଶହ ଏକର ଜମି ପଡିଆ ପଡିଛି ।ଅନ୍ୟପଟେ ଜଳସେଚନ ର ସୁବିଧା ଲାଗି କେନାଲ ଥିବା ବେଳେ କିନ୍ତୁ ପାଣି ନାହିଁ।ଯାହାକୁ ନେଇ ଚିନ୍ତାରେ ଚାଷୀ।ଗଞ୍ଜାମ ଭଞ୍ଜନଗରରୁ ଦେଖିବା ଏହି ରିପୋର୍ଟ।
ଭିଓ1- ବର୍ଷା ଅଭାଵରୁ କେଉଁଠି ଧାନ ତଳି ପୋଡି ଯାଇଥିବା ବେଳେ କେଉଁଠି ଭୂଇଁ ଫାଟି ଆଁ କଲାଣି।ଚାଷ ନହେଲେ କେମିତି ବଞ୍ଚିବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଏ ଦୃଶ୍ୟ ହେଉଛି ବେଲଗୁଣ୍ଠା ବ୍ଲକ ବଡ ବରୋସିଙ୍ଗି ପଂଚାୟତର।ଏଠାକାର ଲୋକେ ବର୍ଷ ତମାମ ନିଜ ଜମିରେ ପରିଶ୍ରମ କରି ଧାନ ଚାଷ କରିଥାନ୍ତି।ସେଥିରୁ ଯାହା ରୋଜଗାର ହୁଏ ବର୍ଷସାରା ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି।ଚଳିତ ବର୍ଷ ଚାଷୀ ବିହନ ଆଣି ଜମିରେ ତଳି ବୁଣି ଥିଲେ।ବର୍ଷାଜଳର ଅଭାବ ଓ ଜଳ ସେଚନର ସୁବିଧା ନଥିବାରୁ ତଳି ଦୁଇଥର ଲେଖାଏଁ ନଷ୍ଟ ହେଲାଣି।ଯେଉଁ ସମୟରେ ଧାନରୁଆ ସରିବା କଥା ସେହି ସମୟରେ ଲୋକଙ୍କ ଜମି ପଡିଆ ପଡିଛି।ଏବେ ବିହନ କିଣିବା ପାଇଁ ପାଖରେ ଟଙ୍କା ନାହିଁ।ଜଳ ସେଚନର ସୁବିଧା ସହ କ୍ଷତିପୁରଣ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ଚାଷୀ।
ଭିଓ2-କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଂ ଗଞ୍ଜାମ ଜିଲ୍ଲାର ସୋରଡ଼ା,ଭଞ୍ଜନଗର, ବେଲଗୁଣ୍ଠା,ଜଗନ୍ନାଥପ୍ରସାଦ ବ୍ଲକ ର ଅନେକ ସ୍ଥାନରେ ବର୍ଷା ଅଭାଵରୁ ସମାନ ଅବସ୍ଥା।ତଳି ନଷ୍ଟ ହୋଇଯାଇଥିବା କଥା କୃଷି ଅଧିକାରୀଙ୍କୁ ଜଣାଇବାପରେ ଔଷଧ କିଣି ସିଞ୍ଚନ କରିବାକୁ କହି ଚୁପ ରହୁଛନ୍ତି।ଅଧିକାଂଶ ସ୍ଥାନରେ ଜଳ ଭଣ୍ଡାର ସୁବିଧା ଥିଲେ ମଧ୍ୟ ସେଠି ପାଣି ନଥିବାରୁ କେନାଲ ଶୁଖିଲା ପଡିଛି।ଏବେ ଧାନତଳି ବୁଣା ସମୟ ଚାଲିଯାଇଥିବାରୁ ଆଗକୁ ବର୍ଷା ହେଲେ ମଧ୍ୟ ଚାଷୀଙ୍କ ପାଖରେ ବିହନ କିଣିବାକୁ ଟଙ୍କା ନାହିଁ ।ଆଗକୁ ଚାଷ ନ ହେଲେ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବେ କହିଛନ୍ତି ଚାଷୀ।
ଆଗକୁ ପ୍ରତି ଗାଁ ଜମିକୁ ଜଳସେଚନର ସୁବିଧା କରିବାକୁ ସରକାରଙ୍କୁ ଦାବି ଜଣାଇଛନ୍ତି ଚାଷୀକୁଳ।
ଚାଷ କାର୍ଯ୍ୟ ନ ହେଲେ ଆଗକୁ ମରୁଡି ଭଳି ସ୍ଥିତି ଦେଖାଯିବ ବୋଲି ଅନୁମାନ କଲେଣି। କେମିତି ଗୁଜୁରାଣ ମେଣ୍ଟାଇବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିରହିଛନ୍ତି ଚାଷୀ।
ଅନ୍ୟପଟେ ଘଟଣା ସମ୍ପର୍କରେ କୃଷି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ