ବିଭିନ୍ନ-ଦାବୀନେଇ-ସିପିଆଇ-ଏମଏଲ-ପକ୍ଷରୁ-ଗୁଣୁପୁର-ତହସିଲ-କାର୍ଯ୍ୟାଳୟ-ଘେରାଓ
- ଦେଶଦୁନିଆ

ବିଭିନ୍ନ ଦାବୀନେଇ ସିପିଆଇ ଏମଏଲ ପକ୍ଷରୁ ଗୁଣୁପୁର ତହସିଲ କାର୍ଯ୍ୟାଳୟ ଘେରାଓ

 ରାୟଗଡା ଜିଲ୍ଲା ଗୁଣୁପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସିପିଆଇ ଏମଏଲ ଲିବରେସନ ପକ୍ଷରୁ ଦଳର ସମ୍ପାଦକ ତିରୁପତି ଗମାଙ୍ଗ ଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜଙ୍ଗଲ, ଜମି ଓ ଜଳ ଏହା ଆଦିବାସୀ ଙ୍କ ହକ ଏହାକୁ ତୁରନ୍ତ ଆଦିବାସୀ ଙ୍କୁ ପ୍ରଦାନ, ଜଙ୍ଗଲ ଜମି, ଘର ଢି଼ହ ପଟ୍ଟା ପ୍ରଦାନ, ଆଦିବାସୀ ଙ୍କ ଜମି ହଡପ କରିଥିବା ଅଣ ଆଦିବାସୀ ମାନଙ୍କ ଠାରୁ ଜମି ଫେରସ୍ତ, ମନେରେଗା ଯୋଜନାରେ ମଜୁରୀ ବୃଦ୍ଧି ଭଳି 8 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଗୁଣୁପୁର ତହସିଲଦାର ଙ୍କୁ ପ୍ରଦାନ କରାଯାଇଥିଲା । ଏ ସମସ୍ତ ଦାବୀ କୁ ତୁରନ୍ତ ଅନୁଧ୍ୟାନ କରି ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାକୁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ ।

Leave a Comment

Your email address will not be published. Required fields are marked *