ମନ-ଖୋଜୁଥାଏ-ପଖାଳ-ସାଙ୍ଗକୁ-ବଡ଼ି-ଚୁରାକୁ..
- ରୋଷେଇବାସ

ମନ ଖୋଜୁଥାଏ ପଖାଳ ସାଙ୍ଗକୁ ବଡ଼ି ଚୁରାକୁ..

 ଓଡ଼ିଆ ସଂସ୍କୃତିରେ ପଖାଳର ସ୍ଥାନ ସବୁଠାରୁ ଆଗରେ । କି ଧନୀ କି ଗରିବ ଖରା ଦିନ ଆସିଲେ ସମସ୍ତଙ୍କ ଖାଦ୍ୟ ଥାଳିରେ ମନ ଖୋଜେ ପଖାଳ କଂସାକୁ । ଡହ ଡହ ଖରା ତାତିରେ ପଖାଳ କଂସାଏ ଖାଇଦେଲେ ମନ ଶାନ୍ତି ହୋଇଯାଏ । ଚାଷୀମୁଲିଆ ଲୋକ ଠାରୁ ଧନୀକ ଶ୍ରେଣୀର ଲୋକ ପଖାଳ ସମସ୍ତଙ୍କର ପ୍ରିୟ ଖାଦ୍ୟ ପାଲଟିଯାଇଛି । ଏପରିକି ଓଡ଼ିଆଙ୍କର ଆରାଧ୍ୟ ଦେବତା ବିଶ୍ୱନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମଧ୍ୟ ପ୍ରିୟ ଖାଦ୍ୟ ପଖାଳ । ପ୍ରଭୁ ଜଗନ୍ନାଥଙ୍କର ଟଙ୍କ ତୋରାଣୀ ଏହାର ଜ୍ୱଳନ୍ତ ଉଦାହରଣ ପଖାଳ ସାଙ୍ଗକୁ ବଡ଼ି ଚୁରା, ଭଜା, ଶାଗ, ମାଛ ଭଜା, ଆଳୁ ଭର୍ତା, ବାଇଗଣ ପୋଡ଼ା ହେଲେ ତ କଥା ସରିଲା । ଏପରିକି ହୋଟେଲ ମାନଙ୍କରେ ମାଛ ପୋଡ଼ା, ଛତୁ ପୋଡ଼ା ମଧ୍ୟ ଦିଆଯାଉଛି । କିନ୍ତୁ ଗରିବ ଲୋକ ପଖାଳ ସାଙ୍ଗରେ ପିଆଜ, ଲୁଣ ଆଉ ଲଙ୍କା ଟିକେ ହେଲେ ତାର ଉଦର ଶାନ୍ତି । ଆଉ ତୋରାଣିରେ ଆମ୍ବ କସି ଅଦା ସାଙ୍ଗକୁ ଆମ୍ବ ନସି ଟିକେ ପକାଇଦେଲେ ଏହାର ସ୍ୱାଦ କେତେ ଗୁଣ ବଢିଯାଏ ତାହା କେବଳ ପଖାଳ ପ୍ରେମୀ ଓଡ଼ିଆ ହିଁ ଜାଣେ ।

Leave a Comment

Your email address will not be published. Required fields are marked *