ଲର୍ଡ଼-ଅନୁଷ୍ଠାନ-ତରଫରୁ-ଓଡ଼ିଶାର-ବିଶିଷ୍ଠ-କଳାକାର-ମାନଙ୍କୁ-ଲାଇଫ-ଟାଇମ-ଅଚିଭିମେଂଟ-ପୁରସ୍କାର।
- ଓଡ଼ିଶା

ଲର୍ଡ଼ ଅନୁଷ୍ଠାନ ତରଫରୁ ଓଡ଼ିଶାର ବିଶିଷ୍ଠ କଳାକାର ମାନଙ୍କୁ ଲାଇଫ ଟାଇମ ଅଚିଭିମେଂଟ ପୁରସ୍କାର।

 ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଲର୍ଡ଼ ଅନୁଷ୍ଠାନ ର ଆୟୋଜନ ଓ ଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରାଳୟ ସହଯୋଗ ରେ ତୃତୀୟ ଲର୍ଡ଼ ନୃତ୍ୟ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି।ଉକ୍ତ କଯ୍ୟକ୍ରମ ରେ ପଦ୍ମ ବିଭୂଷଣ ଡଃ ରଘୁନାଥ ମହାପାତ୍ର, ରାଜ୍ୟ ସଭା ସଦସ୍ୟ ମୁଖ୍ୟ ଅତିଥି, ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଶ୍ରୀ ବାସୁଦେବ ମାଲବିଶୋଇ, ଓ ଜ଼ୀଲ୍ଲା କଳା ସଂସ୍କୃତି ସଂଘ ର ଉପ ସଭାପତି ଶ୍ରୀ ଅବନୀ ମିଶ୍ର ସଂମ୍ମାନୀୟ ଅତିଥି ଭାବରେ ଯୋଗଦାନ କରିଥିଲେ। 
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ କଳାକାର ଗୁରୁ ଜ୍ୟୋଷ୍ଣା ସାହୁ, କଟକ, ପ୍ରଖ୍ୟାତ ଚଳଚିତ୍ର ନିର୍ଦେଶକ ଶ୍ରୀ ହିମାଂଶୁ ପରିଜା, କଟକ,ଓ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର କଣ୍ଠଶିଳ୍ପୀ ଶ୍ରୀ,ଅଶୋକ ବଳ,କଟକ ଙ୍କୁ ଲାଇଫ ଟାଇମ ଅଚିବମେଣ୍ଟ ପୁରସ୍କାର ମୁଖ୍ୟଅତିଥି ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ତାସହିତ ଓଡିଶା ର ଅନ୍ୟାନ୍ୟ କଳାକାର ମାନଙ୍କୁ ଲର୍ଡ଼ ସମ୍ମାନ ରେ ସଂମ୍ମାନୀତ କରାଯାଇଥିଲା।ନୃତ୍ୟ ପ୍ରତିଯୋଗିତା ର ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଶେଷରେ କଳାକାର ମାନେ ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ।ଅନୁଷ୍ଠାନ ର ନିର୍ଦ୍ଦେଶକ ଶ୍ରୀ ଭାରତ ଭୂଷଣ ବେହେରା ସୂଚନା ପ୍ରଦାନ କରିଥିଲେ।
ଢେଙ୍କାନାଳ ରୁ ଭାରତ ଭୂଷଣ ବେହେରା ଙ୍କ ରିପୋର୍ଟ

Leave a Comment

Your email address will not be published. Required fields are marked *