୧-ସତ୍ୟ,୨-ଦୟା,୩-ତପସ୍ୟା,୪-ଶୌଚ,୫-ତିତିକ୍ଷା,୬-ଉଚିତ-ଅନୁଚିତ ବିଚାର, ୭-ମନସଂଯମନ, ୮-ଇନ୍ଦ୍ରିୟସଂଯମନ, ୯-ଅହିଂସା, ୧୦-ବ୍ରହ୍ମଚର୍ଯ୍ୟ, ୧୧-ତ୍ୟାଗ, ୧୨-ସ୍ବାଧ୍ୟାୟ, ୧୩-ସରଳତା, ୧୪-ସନ୍ତୋଷ,୧୫-ସମଦର୍ଶୀ ମହାତ୍ମମାନଙ୍କ ସେବା, ୧୬-ଧୀରେ ଧୀରେ ସାଂସାରିକ ଭୋଗପ୍ରାପ୍ତି ଚେଷ୍ଟାରୁ ନିବୃତ୍ତି, ୧୭-ମନୁଷ୍ୟର ଅଭିମାନପୂର୍ଣ୍ଣ ପ୍ରଯତ୍ନସବୁର ଫଳ ବିପରୀତ ହିଁ ହୋଇଥାଏ --- ଏପରି ବିଚାର, ୧୮-ମୌନ, ୧୯-ଆତ୍ମଚିନ୍ତନ, ୨୦-ପ୍ରାଣୀମାନଙ୍କ ମଧ୍ୟରେ ଅନ୍ନ ଆଦିର ଯଥାଯୋଗ୍ୟ ବିଭାଜନ,୨୧-ପ୍ରାଣୀମାନଙ୍କ ଠାରେ ବିଶେଷ କରି ମନୁଷ୍ୟମାନଙ୍କ ଠାରେ ଆତ୍ମଭାବ ତଥା ଇଷ୍ଟଦେବଭାବ ପୋଷଣ କରିବା,୨୨-ସନ୍ଥମାନଙ୍କ ପରମ ଆଶ୍ରୟ ଭଗବାନ୍ ଶ୍ରୀକୃଷ୍ଣଙ୍କର ନାମ-ଗୁଣ-ଲୀଳା ଆଦି ଶ୍ରବଣ, ୨୩-କୀର୍ତ୍ତନ, ୨୪-ସ୍ମରଣ, ୨୫-ସେହି ପ୍ରଭୁଙ୍କୁ ସେବା,୨୬-ପୂଜା,୨୭-ନମସ୍କାର କରିବା,୨୮-ତାଙ୍କ ପ୍ରତି ଦାସ୍ୟଭାବ, ୨୯-ସଖ୍ୟଭାବ ରଖିବା ଏବଂ ୩୦- ତାହାଙ୍କ ନିକଟରେ ଆତ୍ମସମର୍ପଣ କରିବା । ଏହି ତିରିଶ ପ୍ରକାର ଆଚରଣ ହେଉଛି ସକଳ ମନୁଷ୍ୟମାନଙ୍କର ପରମଧର୍ମ । ଏହା ପାଳନ କଲେ ସର୍ବାତ୍ମା ଭଗବାନ୍ ପ୍ରସନ୍ନ ହୁଅନ୍ତି ।
