1.ବିଶ୍ବାସ ଅବିଶ୍ବାସ ଓ ଅନ୍ଦବିଶ୍ବାସ କୁ ନେଇ ଚାଲିଛି ଆମ ନିଶ୍ବାସ । ବିଶ୍ବାସରେ ବିଷ ବି ଅମୃତ। ଅବିଶ୍ବାସର ଘୃତ ବି ବିଷ । ଅନ୍ଧବିଶ୍ବାସରେ ସର୍ବନାଶ ।
2.ଭଗବାନଙ୍କୁ ପାଇବାର ଯେତେ ସାଧନ ଅଛି ସେ ସମସ୍ତ ମଧ୍ୟରୁ ସର୍ବଶ୍ରେଷ୍ଠ ହେଉଛି ସମସ୍ତ ପ୍ରାଣୀ ଓ ପଦାର୍ଥରେ ମନ, ବାଣୀ ଓ ଶରୀରର ସମସ୍ତ ବୃତ୍ତି ସହିତ ତାଙ୍କୁ ହିଁ ଭାବନା କରିବା। ଯେ ନିଜର ସମସ୍ତ କର୍ମ ଭଗବାନଙ୍କ ପାଇଁ ହିଁ କରୁଥାଏ, କର୍ମ କରୁଥିବା ସମୟରେ ତାଙ୍କୁ ସତତ ସ୍ମରଣ କରୁଥାଏ, ସେପରି ଲୋକର ବୁଦ୍ଧି କିଛିଦିନ ପରେ ଭଗବାନଙ୍କ ଠାରେ ସମର୍ପିତ ହୋଇଯାଏ ।
3.ଦୁନିଆର ସବୁ ନକଲି ହୋଇପାରେ କିନ୍ତୁ ଈଶ୍ଵରଙ୍କ ଶକ୍ତି ସର୍ଵଦା ଅସଲି ।
4.ପ୍ରତ୍ୟେକ ମଣିଷର ଜୀବନରେ କିଛି ଶବ୍ଦହୀନ କଷ୍ଟ ଥାଏ , ଯାହାର ସାକ୍ଷୀ କେବଳ ସେ ନିଜେ।
5.ଯେ ପର୍ଯ୍ୟନ୍ତ ଈଶ୍ୱର ଓ ଜୀବ ମଧ୍ୟରେ ସାମାନ୍ୟତମ ଅନ୍ତର ଵି ଥାଏ ସେ ପର୍ଯ୍ୟନ୍ତ ଜୀବ ଭୟ ଭିତରେ ହିଁ ଥାଏ, ଯେତେବେଳେ ସେ ଅନ୍ତର ଦୁରେଇ ଯାଏ ଅର୍ଥାତ ଦ୍ୱେତ ଭାବ ଚାଲି ଯାଇ ଅଦ୍ୱୈତ ଭାବ ଆସିଯାଏ, ଆନନ୍ଦ ସେହିଠାରୁ ସ୍ଫୁରଣ ହେବାକୁ ଲାଗେ ।
6.କାମନା ଆଉ ତ୍ୟାଗ ଦୁଇଟି ଭିନ୍ନ ପ୍ରସଙ୍ଗ । କାମନାର ପୂର୍ଣ୍ଣତା ନାହିଁ ମାତ୍ର ତ୍ୟାଗ ପୂର୍ଣ୍ଣତା ଆଡକୁ ପଥ ଦେଖାଏ ।